ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ) ଆଉ ସରକାରୀ ବାବୁ ନୁହେଁ କିନ୍ନର ମାନେ ହେବେ ପରିବର୍ତନର ବାର୍ତାବହ । ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ କରିଛି ଯାଜପୁର ଜିଲାପ୍ରଶାସନ । ସରକାରୀ ଯୋଜନାକୁ ସଠିକ୍ ଢ଼ଙ୍ଗରେ କାର୍ଯ୍ୟକାରି କରିବା ଦିଗରେ କିନ୍ନର ମାନଙ୍କ ସହଯୋଗ ଲୋଡି ସେମାନଙ୍କୁ ନୂତନ ପରିଚୟ ଦେଇଛି ଯାଜପୁର ଜିଲାପ୍ରଶାସନ । ଏହା ପଂଳରେ ଉଭୟ କିନ୍ନର ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ସହିତ ସରକାରୀ ଯୋଜନାକୁ ନିଦ୍ଧିଷ୍ଟ ସମୟ ମଧ୍ୟରେ କାର୍ଯ୍ୟାକାରୀ କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲାପାଳ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଡିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ଡିପିଓ ଅଶୋକ ସେଠୀ ପ୍ରମୁଖ ଯୋଗ ଦେଇ ଏହି ଯୋଜନାର ସପଂଳତା କାମନା କରିଛନ୍ତି ।
ସରକାରୀ କର୍ମଚାରୀଙ୍କ ଉଦ୍ୟମ ସତ୍ୱେ ନିଦ୍ଧିଷ୍ଟ ଅବଧି ମଧ୍ୟରେ ସରିପାରୁନି ଯୋଜନା । ପଂଳରେ ଆର୍ଥିକ ବର୍ଷରେ ଟଙ୍କା ଖର୍ଚ୍ଚ ନ ହୋଇ ପେଂରିଯାଉଛି । ନିଦ୍ଧିଷ୍ଟ ସମୟସୀମା ମଧ୍ୟରେ ବିଜୁ ପକ୍କା ଘର ଯୋଜନା,ମୋ କୁଡିଆ ଓ ପାଇଖାନା ଭଳି ପ୍ରକଳ୍ପ ଶେଷ ହୋଇପାରୁନି । ଏହି ସବୁ ପ୍ରକଳ୍ପ ସାରିବା ପାଇଁ କିନ୍ନର ମାନଙ୍କ ସହଯୋଗ ଲୋଡିଛି ଜିଲାପ୍ରଶାସନ ।ସେଥିପାଇଁ କିନ୍ନର ମାନକୁ ପରିଚୟ ପତ୍ର ପ୍ରଦାନ କରିଛି ଜିଲା ପ୍ରଶାସନ । କିନ୍ନର ମାନେ ଘରକୁ ଘର ବୁଲି ହିତାଧିକାରୀଙ୍କୁ ପ୍ରକଳ୍ପ କାମକୁ ସାରିବା ପାଇଁ ପରାମର୍ଶ ଦେବେ । ଏଭଳି ପଦକ୍ଷେପ ପଂଳରେ କିନ୍ନର ମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ଓ ପ୍ରଶାସନ ନିଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବ । ସମାଜରେ କିନ୍ନର ମାନଙ୍କୁ ଭି୍ନ୍ନ ଦୃଷ୍ଟିରେ ଦେଖାଯାଉଥିବା ବେଳେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିଥିବାରୁ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି କିନ୍ନର ।