ଲୋମଟାଙ୍କୁରା ବସ୍ ଦୁର୍ଘଟଣା:ବସ୍‌ରେ ଲାଗିଗଲା ୧୧ କେଭି ଲାଇନ୍‌, ୯ ଜଣଙ୍କର ମୃତ୍ୟୁ

335 0

ବ୍ରହ୍ମପୁର: ବସ୍‌ରେ ୧୧ କେଭି ବିଦ୍ୟୁତ ତାର ଲାଗିବା ଘଟଣାରେ ମୃତ୍ୟୁ ହୋଇଥିବା ୯ ଜଣଙ୍କୁ ଶୋକାକୂଳ ପରିବେଶ ଭିତରେ ଅନ୍ତିମ ବିଦାୟ ଦିଆଯାଇଛି। ବ୍ରହ୍ମପୁର ଡଙ୍ଗଲପାଡ଼ୁ ଗାଁ ଶ୍ମଶାନରେ ଆଠ ମୃତକଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ସତ୍କାର ଅନ୍ୟ ଏକ ଗାଁରେ ହୋଇଥିବା ଜଣାପଡ଼ିଛି। ତେବେ ଗୋଟିଏ ଗାଁରେ ଆଠ ଆଠ ଜଣଙ୍କ ଚିତା ଜଳିବା ପରେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଗଂଜାମ ତପ୍ତପାଣି ଘାଟିର ଛାତିଥରା ଦୁର୍ଘଟଣାକୁ ୧୫ ଦିନ ନପୁରୁଣୁ ଆଉ ଏକ ଲୋମଟାଙ୍କୁରା ବସ୍ ଦୁର୍ଘଟଣା ଘଟିଛି ଗୋଳନ୍ଥରା ଅଞ୍ଚଳରେ। ନିର୍ବନ୍ଧ କାମ ପାଇଁ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ଘରୋଇ ବସ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ୯ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗୁରୁତର ହୋଇପଡ଼ିଛନ୍ତି ପ୍ରାୟ ୩୦ ଜଣ ଯାତ୍ରୀ । ତେବେ ଏଭଳି ଅଘଟଣ ପାଇଁ ଦାୟୀ କିଏ ତାକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ପ୍ରାଥମିକ ଭାବେ ବିଦ୍ୟୁତ ବିଭାଗର ଚରମ ଅବହେଳା ସାମ୍ନାକୁ ଆସିଛି।ବିଦ୍ୟୁତ୍ ତାର ଲାଗିବା ମାତ୍ରେ ଜଣେ ମହିଳାଙ୍କ ଚିତ୍କାର ଶୁଭିଥିଲା। ନିକଟରେ ଥିବା ଜଣେ ଦୋକାନୀ ଚିତ୍କାର ଶୁଣି ପ୍ରଥମେ ଉଦ୍ଧାର କରିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ପରେ ଏକ ଗାମୁଛା ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରିଥିଲେ।

ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ପରେ ବିଦ୍ୟୁତ୍ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯାଇଥିଲା। ଖବର ଶୁଣି ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଗୁରୁତରଙ୍କୁ ପ୍ରଥମେ କେଲୁଆପଲ୍ଲୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଇଛି। ପରେ କେତେକଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି

ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପିଛା ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଏବଂ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ତଦନ୍ତ ଦାବି କରିଛନ୍ତି।

Related Post

ଜବରଦଖଲ କବଜାରେ ଗ୍ରାମର ମୁଖ୍ୟରାସ୍ତା

Posted by - December 23, 2021 0
ବସ୍ତା:ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତର ଚାଷିପଡା ଗ୍ରାମରେ ଜବରଦଖଲ କାରୀଙ୍କ କବଜାରେ ଗ୍ରାମର ମୁଖ୍ୟ ରାସ୍ତା। ଯାହାଫଳରେ ରାସ୍ତା ଉପରୁ ପାଣି…

ମହାମହିମ ରାଜ୍ୟପାଳକଂ ଆଦିଭୂମି ବଣ୍ଡା ଭୂମି ସୀତାକୁଣ୍ଡ ତୀର୍ଥ ସ୍ଥଳୀ ଗ୍ରସ୍ତ

Posted by - March 23, 2022 0
ମାଲକାନଗିରି:କୁଡୁମୁଲୁଗୁମ୍ମା/ଖଇରପୁଟ ,ରାଷ୍ଟ୍ରୀୟ କବି ସଂଗମ, ନୂଆଦିଲ୍ଲୀ ଆନୁକୂଲ୍ୟରେ ମାଲକାନଗିରି ଜିଲ୍ଲା ଶାଖା (ଓଡିଶା)ପକ୍ଷରୁ ଆୟୋଜିତ ରାମ ବନଗମନ ଆଧ୍ୟାତ୍ମିକ ଯାତ୍ରା ପରିପ୍ରେକ୍ଷୀରେ ଆଦିବାସୀ ଆଦିଭୂମି ମାଲକାନଗିରି ମାଟି…

ପ୍ରଶାସନ ସଜାଗ ଅଚ୍ଥି : ଲୋକ ମାନେ ଭୟଭୀତ ନୁହେଁ ସତର୍କ ରୁହନ୍ତୁ

Posted by - August 26, 2020 0
ଯାଜପୁର ଅଫିସ : ଜିଲ୍ଳ୍‌ା ପ୍ରଶାସନ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଚ୍ଥି । ଏଥିପାଇଁ ବିଭିନ୍ନ ଅଧିକାରୀ ଓ ବିଭାଗ ମାନଙ୍କର କାର୍ଯ୍ୟ ସମୀକ୍ଷା…

ବାଲାଜୀ ଗଣପତି ସୂତାକଳ ଶ୍ରମିକ ସଂଘ ପକ୍ଷରୁ ଏକ ଶୋଭଯାତ୍ରା ଏବଂ ବିଭିନ୍ନ ଦାବୀ

Posted by - June 14, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାର ଏକ ମାତ୍ର ଶିଳ୍ପାନୁଷ୍ଠାନ ହେଉଛି ସୋନପୁର ସୂତାକଳ l ଦିର୍ଘଦିନ ହେଲା ଘରୋକରଣ ପରେ ହାତ ଗଣତି କେତେକ ଶ୍ରମିକକୁ ନେଇ…

ବାଲ୍ୟବିବାହ ଅଭିଯୋଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଚଢ଼ାଉ

Posted by - June 23, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସିତାବରଡି ପଡାରେ ଏକ ବାଲ୍ୟ ବିବାହ ଚାଲିଥିବା ଖବର ପାଇ ଭବାନୀପାଟଣା ଟାଉନ…

Leave a comment

Your email address will not be published.