Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

୩ମାସର ଶିଶୁକନ୍ୟାକୁ ବଞ୍ଚାଇ ଦେବାକୁ ଦିବ୍ୟାଙ୍ଗ ବାପାର ଆକୁଳ ନିବେଦନ

324 0

ମୟୁରଭଞ:08/02( ସୀତାରାମ ଦୀକ୍ଷିତ)ସରକାର ମୋର ଝିଅକୁ ବଞ୍ଚେଇ ଦିଅ ବୋଲି ଆକୁଳ ନିବେଦନ କରୁଛି ଜଣେ ଦିବ୍ୟାଙ୍ଗ ବାପା। ପରିବାର ଲୋକଙ୍କ ମୁହଁରେ ଦାନା ଦେବା ପାଇଁ ସାମର୍ଥ୍ୟ ନାହିଁ ଖର୍ଚ୍ଚବହୁଳ ଚିକିତ୍ସା ସେବା ଯୋଗାଇ ଝିଅକୁ ବଞ୍ଚାଇବି କେମିତି ବୋଲି କୋହଭରା କଣ୍ଠରେ କୁହନ୍ତି ଅସହାୟ ଦିବ୍ୟାଙ୍ଗ ବାପା। ଏଘଟଣା ମୟୁରଭଞ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ ମୋରଡା ଗାଁର। ଏଠାରେ ବାସ କରନ୍ତି ଦିପୁ ମୁଖି । ବୟସ ପାଖାପାଖି ୨୫ ହେବ । ଜନ୍ମରୁ ଦିବ୍ୟାଙ୍ଗ ନଥିଲେ ଦିପୁ । ସେ ରହୁଥିବା ଘରର ମାଟିକାନ୍ଥ କିଛି ବର୍ଷ ପୂର୍ବରୁ ତାଙ୍କ ଉପରେ ପଡିଯିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୈଇଥିଲେ । ଡାକ୍ତର କହିବା ଅନୁଯାୟୀ ତାଙ୍କର ଗୋଡଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଗୋଡଟି କାଟିବାକୁ ପଡିବ । ଫଳରେ ଦିପୁଙ୍କ ଗୋଟିଏ ଗୋଡ କାଟାଯାଇଥିଲା । ଗୋଡ କଟା ହେବା ପରେ ଦିପୁଙ୍କ ଜୀବନରେ ଆରମ୍ଭ ହୋଇଯାଇଥିଲା ଦୁଃଖ । ତେବେ ହରିଜନ ସଂପ୍ରଦାୟର ଦିବ୍ୟାଙ୍ଗ ଦିପୁର ପରିବାର କହିଲେ ସେ ନିଜେ ଓ ସ୍ତ୍ରୀ । ବାପା,ମା ଓ ସାନ ଭାଇ ଅଲଗା ରହୁଛନ୍ତି ।

ଏପରି ସ୍ଥିତିରେ ମଧ୍ୟ ଦିପୁ ହାରନମାନି ଧାରଉଧାର କରି ଗୋଟିଏ ମାଟିକାନ୍ଥ ଘରେ ପଲିଥିନ ଘେରି ରହିଆସୁଛନ୍ତି ।  ତେବେ ଦିପୁ ଅନ୍ୟ କିଛି କାମ ନ କରିପାରିବାରୁ ଘରେ ଆରମ୍ଭ କଲେ ବାଉଁଶରେ ତିଆରି ଫୁଲ ଚାଙ୍ଗୁଡି କାମ। ଏଥିରେ ସାହାଯ୍ୟ କରୁଥିଲେ ସ୍ତ୍ରୀ । ଫୁଲ ଚାଙ୍ଗୁଡି ବିକି ଯାହା ରୋଜଗାର ହୁଏ ସେଥିରେ ବହୁକଷ୍ଟରେ ପରିବାର ଚଳାଉଥିଲେ ଦିବ୍ୟାଙ୍ଗ ଦିପୁ । ତେବେ ଦିପୁଙ୍କୁ ସରକାରୀ ଭାବେ ୫୦୦ ଟଙ୍କା ଭତ୍ତା ଓ ମୁଣ୍ଡ ପିଛା ୫ କିଲୋ ଚାଉଳ ମିଳୁଛି ।

ଦିପୁଙ୍କ ପରିବାରରେ ଝିଅ ଟିଏ ଜନ୍ମ ହେବା ପରେ ଘରେ ଖୁସିର ଲହରୀ ଖେଳିଯାଇଥିଲା । ବାପା ମାଆ ଅତି ସ୍ନେହରେ ଝିଅର ନାମ ରଖିଲେ ରଶ୍ମିତା । ରଶ୍ମିତାକୁ ନେଇ ପରିବାର ଲୋକେ ଦେଖିଥିଲେ କାହିଁ କେତେ ସ୍ୱପ୍ନ  । କିନ୍ତୁ ଭାଗ୍ୟର ବିଡମ୍ବନା ୩ ମାସର କୁନି ଝିଅ ଜୀବନ ପାଇଁ ସଂଗ୍ରାମ କରୁଛି । ରଶ୍ମିତାର ଜନ୍ମରୁ କଳାଯାଇ ଭଳିଆ ନାକ ପାଖରେ ଥିଲା ଗୋଟିଏ ଚିହ୍ନ । ପରବର୍ତ୍ତୀ ସମୟରେ ଧିରେ ବଡିବାରେ ଲାଗିଛି।

Facebook Notice for EU! You need to login to view and post FB Comments!

Related Post

ଦବିଲା ୨୦ ନଂ ଜାତୀୟ ରାଜପଥ : ଆରଡି-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ,ମଣିବାବାଙ୍କ ଦର୍ଶନ ନପାଇ ଫେରିଗଲେ ପର୍ଯ୍ୟଟକ, ବାହ୍ୟଜଗତରୁ ବିଚ୍ଛିନ୍ନ ହେବ ବୋଡକ ଗାଁ!, ପାଠପଢାରୁ ବଞ୍ଚିତ ଶତାଧିକ ଛାତ୍ରଛାତ୍ରୀ

Posted by - December 6, 2018 2
ଆରଡି : ଭଦ୍ରକ ଜିଲାର ଆରଡ଼ିପୀଠ ଦେଇ ଯାଇଥିବା କୁଆଖିଆ-ସାତଭାୟା ୨୦ ନଂ ଜାତୀୟ ରାଜପଥର ପ୍ରାୟ ୭୦/୮୦ ଫୁଟ୍‌ ରାସ୍ତା ଓଳଗ ନିକଟସ୍ଥ ବୋଡ଼କ ଠାରେ…

ସାମାଜିକ ସଂଗଠନ ପକ୍ଷରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ

Posted by - December 23, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ଅଂଚଳରେ ଭଞ୍ଜନଗର ର ସୋଆଲ ଚାରିଟେବୁଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଗାଁ କୁ ଯାଇ ଅସହାୟ ମାନଙ୍କୁ କମ୍ବଳ…

ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

Posted by - September 8, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ…

ହୃଦ ରୋଗୀଙ୍କ ପାଇଁ ସଂଜିବନୀ ରାଷ୍ଟ୍ରୀୟ ବାଲ ବିକାଶ କାର୍ଯ୍ୟକ୍ରମ

Posted by - December 11, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ର ମିଶନ ମାଧ୍ୟମରେ ୧୪ଜଣ ଛାତ୍ରଛାତ୍ରୀଙ୍କୁ ହୃଦ୍ ଅସ୍ତ୍ରୋପଚାର ପାଇଁ ଅହମଦାବାଦ୍ ସ୍ଥିତ ସତ୍ୟସାଥ ହୃଦୟାଳୟକୁ ପଠାଯାଇଛି ।…

ଶ୍ରୀକୃଷ୍ଣଙ୍କ ମନ୍ତ୍ର ର ଭୁଲ ଉଚ୍ଚାରଣ ବିପରୀତ ଫଳ ପ୍ରଦାନ କରିଥାଏ,୧୩ଟି ଚତ୍ମକାରୀ ମନ୍ତ୍ର ଓ ତା’ର ମହତ୍ତ୍ବ

Posted by - August 23, 2019 172
ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିବା ଶ୍ରୀକୃଷ୍ଣଙ୍କ ମହିମା ଅପାର। ତାଙ୍କର ଲୀଲାଖେଳା କାହାକୁ ବା ଅଛପା। ଶ୍ରୀକୃଷ୍ଣଙ୍କ ଅଶେଷ କୃପା…

Leave a comment

Your email address will not be published.