ନୂଆଦିଲ୍ଲୀ : ଇଂଲଣ୍ଡରେ ରହୁଥିବା ସମଲିଙ୍ଗୀ ଫାର୍ମସିଷ୍ଟ ଅଷ୍ଟ୍ରେଲିଆରେ ରହୁଥିବା ପ୍ରେମିକଙ୍କୁ ବିବାହ କରିବା ପାଇଁ ନିଜ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ମିତେଶ ପଟେଲ ନିଜ ପତ୍ନୀ ଜେସିକାଙ୍କ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ ନିଜ ପ୍ରେମିକଙ୍କ ସହ ଜୀବନ ବିତାଇବା ପାଇଁ ଏଭଳି କରିଥିବା ବେଳେ ପ୍ରଥମେ ଏହି ହତ୍ୟା କେହି ବାହାର ଲୋକ କରିଥିବା ପୁଲିସକୁ ଜଣାଇଥିଲେ । କିନ୍ତୁ ସତ ଜାଣିବା ପାଇଁ ପୁଲିସ ମିତେଶଙ୍କ ଆଇଫୋନରେ ଥିବା ହେଲ୍ଥ୍ ଆପ୍ ବ୍ୟବହାର କରିଥିଲା ।
ସୂଚନା ମୁତାବକ, ମାଞ୍ଚେଷ୍ଟରରେ ଫାର୍ମାସି ପଢ଼ୁଥିବା ସମୟରେ ମିତେଶ ଜେସିକାଙ୍କୁ ଭେଟିଥିଲେ । ପରେ ଦୁହେଁ ୨୦୦୯ରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ଏକା ସାଙ୍ଗରେ ନିଜର ଫାର୍ମାସି ଆରମ୍ଭ କରିଥିଲେ । କିଛି ଦିନ ପରେ ଅଷ୍ଟ୍ରେଲିଆରେ ରହୁଥିବା ଯୁବକଙ୍କୁ ମିତେଶ ଭଲ ପାଇ ବସିବା ପରେ ନିଜ ପତ୍ନୀ ଜେସିକା ପଟେଲଙ୍କୁ ମାରିବାର ଯୋଜନା କରିଥିଲେ । ପ୍ରଥମେ ଇନ୍ସୁଲିନ୍ ଦେଇ ପରେ ଏକ ବ୍ୟାଗ୍ରେ ଜେସିକାଙ୍କ ମୁହଁ ଗୁଡ଼ାଇ ହତ୍ୟା କରିବା ପରେ ପୁଲିସକୁ ଏଭଳି କେହି ବାହାର ଲୋକ କରିଥିବା କହିଥିଲେ । କିନ୍ତୁ ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିଥିଲା । ଘଟଣାଟି ମେ ମାସରେ ଘଟିଥିବା ବେଳେ ଗତ ମଙ୍ଗଳବାର ମିତେଶ ଦୋଷୀ ବୋଲି ସବ୍ୟସ୍ତ ହୋଇଥିଲେ
Sun52