ଯାଜପୁର ଜିଲା ବ୍ୟାସନଗର ସହରରେ ଉଦଘାଟିତ ହୋଇଛି ବିଗ ବଜାର ସପିଂ ମଲ

512 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବ୍ୟାସନଗର ସହରରେ ଉଦଘାଟିତ ହୋଇଛି ବିଗ ବଜାର ସପିଂ ମଲ । ପୈାରାଞ୍ଚଳର ଚୋରଦା ବାଇପାସ୍ ଠାରେ ଉତ୍କଳ ସେଣ୍ଟର ପଏଣ୍ଟ ପକ୍ଷରୁ ନିର୍ମିତ କୋଠାରେ ଏହି ମଲଟି ଉଦଘାଟିତ ହୋଇଛି । କୋରେଇ ବିଧାୟକ ଅଶୋକ କୁମାର ବଳ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଉଦଘାଟନୀ ଉତ୍ସବରେ ବ୍ୟାସନଗର ପୌରପାଳିକାର ପୂର୍ବତନ ପୌରାଧକ୍ଷା ସବିତା ରାଉତ ଯୋଗ ଦେଇଥିଲେ । ଏଥିରେ ସବୁ ବର୍ଗର ଗ୍ରାହକଙ୍କ ପାଇଁ ମନପସନ୍ଦର ଜିନିଷ ମିଳୁଛି ।

ଏଥିରେ ବିଭିନ୍ନ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଖେଳସାମଗ୍ରୀ ଓ ଲୁଗାପଟା ସୁଲଭ ଦରରେ ବିଭିନ୍ନ ଅଫରରେ ମିଳୁଛି । ଏହି ଅବସରରେ ଉତ୍କଳ ସେଣ୍ଟରର ଚେୟାରମ୍ୟାନ ସୁବାଷ ଭୁରା ଏବଂ ମୁଖ୍ୟ ପରିଚାଳକ ଶରଦ ବୈଦ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏପରି ବଡ଼ ମଲ ବ୍ୟାସନଗର ଖୋଲାଯିବା ଫଳରେ ସହରବାସୀ ଖୁସିବ୍ୟକ୍ତ କରିଛନ୍ତି । ମଲ ଉଦଘାଟନର ପ୍ରଥମ ଦିନରେ ମଧ୍ୟ ଗ୍ରାହକ ମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳିଥିଲା ।

Related Post

ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଦେଶୀ ପର୍ଯ୍ଯଟକ

Posted by - February 22, 2020 0
ଯାଜପୁର:୨୧/୦୨(ଆନନ୍ଦ ଚନ୍ଦ୍ର ସାହୁ)ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଦେଶୀ ପର୍ଯ୍ଯଟକ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ବାଲିଚନ୍ଦ୍ରପୁରଠାରେ ଘଟିଛି ଏହି ଦୁର୍ଘଟଣା।…

ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ

Posted by - October 28, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଠାରେ ବିଶିଷ୍ଟ ଗାଳ୍ପିକ ଡ. ରମେଶ ଚନ୍ଦ୍ର ବିଶ୍ଵାଳଙ୍କ  ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି।…

ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ବୈଠକ

Posted by - August 21, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ଗାଁ ସା ଥୀ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ବ୍ଲକ ପ୍ରଶାସନ ଙ୍କ ମଧ୍ୟରେ ଗାଁ ସା ଥୀ ମାନଙ୍କ…

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ

Posted by - February 10, 2022 0
ନବରଙ୍ଗପୁର: ୧୦/୦୨ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅନ୍ଵେଷା ଅଭିଯାନ। କମ ବୟସରେ ବିବାହ…

Leave a comment

Your email address will not be published.